ଖୁସି ଖବର : ସୁସ୍ଥ ହେଲେ ରାଜ୍ୟର ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟର ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥ ହୋଇଥିବା ୧୭ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୮୫ ଜଣ ଆକ୍ରାନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାର ୭ ଜଣ ରହିଥିବା ବେଳେ ଖୋର୍ଦ୍ଧାର ୫ ଜଣ ,ଭଦ୍ରକର ୩ ଜଣ ଏବଂ ବାଲେଶ୍ଵରର ୨ ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ଓଡ଼ିଶାରେ କରୋନେରେ ୩୦୩ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.