ଆଜି ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୪୧୯, ସ୍ଥାନୀୟ ଆକ୍ରାନ୍ତ ୩୧୧

ରାଜ୍ୟରେ ଗତକାଲି ଭଳି ଆଜି ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ହଜାରେ ତଳେ ରହିଛି। ଗତ ୨୪ ଘଣ୍ଟାରେ ୭୩୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଆକ୍ରାନ୍ତ ୩୧୧ ଓ ସଙ୍ଗରୋଧ କେନ୍ଦ୍ରରୁ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ଏକରେ ପହଞ୍ଚିଛି। ୩ ଲକ୍ଷ ୭ ହଜାର ୩୭୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୮୮୭ ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରୁ ମୟୁରଭଞ୍ଜରୁ ସର୍ବାଧିକ ୬୮ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୬୫, ସୁନ୍ଦରଗଡ଼ରୁ ୫୭, ବାଲେଶ୍ୱରରୁ ୫୩, କଟକରୁ ୪୯, ନୂଆପଡ଼ାରୁ ୪୬, ଅନୁଗୁଳରୁ ୪୪, ବଲାଙ୍ଗୀର ଓ କେନ୍ଦୁଝରରୁ ୪୦ ଜଣ ଲେଖାଏଁ, କଳାହାଣ୍ଡିରୁ ୩୩, ପୁରୀରୁ ୨୯, ଯାଜପୁର ଓ ଝାରସୁଗୁଡ଼ାରୁ ୨୫ ଜଣ ଲେଖାଏଁ, ଜଗତସିଂହପୁରରୁ ୨୪, ବରଗଡ଼ରୁ ୨୧, କେନ୍ଦ୍ରାପଡ଼ାରୁ ୧୪, ଗଂଜାମରୁ ୧୨, ସମ୍ବଲପୁର ଓ ସୋନପୁରରୁ ୯ ଜଣ ଲେଖାଏଁ, ରାୟଗଡା ଓ ନୟାଗଡ଼ରୁ ୮ ଜଣ ଲେଖାଏଁ, ଢେଙ୍କାନାଳ, ଭଦ୍ରକ ଓ ନବରଂଗପୁରରୁ ୭ ଜଣ ଲେଖାଏଁ, କୋରାପୁଟରୁ ୫, ଦେଓଗଡ଼ ଓ ଗଜପତିରୁ ୪ ଜଣ ଲେଖାଏଁ, ମାଲକାନଗିରିରୁ ୩, ବୌଦ୍ଧ ଓ କନ୍ଧମାଳରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି।

Comments are closed.