ରାଜ୍ୟରେ ଆଜି କରୋନା ନେଲା ୧୭ ଜୀବନ, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯୨କୁ ବୃଦ୍ଧି

ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଆଜି ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୧୭ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଥିବା ବେଳେ ସମ୍ବଲପୁରରୁ ୩, ଭୁବନେଶ୍ୱରରୁ ୨ ଓ ସୋନପୁର, ରାୟଗଡା, ନୟାଗଡ଼, କେନ୍ଦ୍ରାପଡା, ଗଜପତି, ଗଂଜାମ, କଟକ ଓ ଭଦ୍ରକରୁ ଜଣେ ଲେଖାଏଁ ଅଛନ୍ତି। ମୃତକଙ୍କ ମଧ୍ୟରେ ୮ ଜଣ କରୋନା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।
୧. ସୁନ୍ଦରଗଡ଼ର ୭୬ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୨. ସୁନ୍ଦରଗଡ଼ର ୬୮ ବର୍ଷୀୟ ପୁରୁଷ (କରୋନା)
୩. ସୁନ୍ଦରଗଡ଼ର ୮୭ ବର୍ଷୀୟ ପୁରୁଷ (କରୋନା)
୪. ସୁନ୍ଦରଗଡ଼ର ୩୫ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୫. ସମ୍ବଲପୁରର ୫୦ ବର୍ଷୀୟ ମହିଳା (କରୋନା ଓ ଅନ୍ୟାନ୍ୟ)
୬. ସମ୍ବଲପୁରର ୫୩ ବର୍ଷୀୟ ପୁରୁଷ (କରୋନା ଓ ଓ ଅନ୍ୟାନ୍ୟ)
୭. ସମ୍ବଲପୁରର ୭୪ ବର୍ଷୀୟ ପୁରୁଷ (କରୋନା ଓ ଅନ୍ୟାନ୍ୟ)
୮. ଭୁବନେଶ୍ୱରର ୪୩ ବର୍ଷୀୟ ପୁରୁଷ (କରୋନା)
୯. ଭୁବନେଶ୍ୱରର ୩୨ ବର୍ଷୀୟ ପୁରୁଷ (କରୋନା)
୧୦. ସୋନପୁରର ୫୯ ବର୍ଷୀୟ ମହିଳା (କରୋନା ଓ ଅନ୍ୟାନ୍ୟ)
୧୧. ରାୟଗଡାର ୪୧ ବର୍ଷୀୟ ମହିଳା (କରୋନା)
୧୨. ନୟାଗଡ଼ର ୪୪ ବର୍ଷୀୟ ପୁରୁଷ (କରୋନା)
୧୩. କେନ୍ଦ୍ରାପଡାର ୫୫ ବର୍ଷୀୟ ମହିଳା (କରୋନା)
୧୪. ଗଜପତିର ୬୦ ବର୍ଷୀୟ ମହିଳା (କରୋନା ଓ ଅନ୍ୟାନ୍ୟ)
୧୫. ଗଂଜାମର ୪୫ ବର୍ଷୀୟ ପୁରୁଷ (କରୋନା)
୧୬. କଟକର ୫୪ ବର୍ଷୀୟ ମହିଳା (କରୋନା)
୧୭. ଭଦ୍ରକର ୫୮ ବର୍ଷୀୟ ପୁରୁଷ (କରୋନା)

Comments are closed.