ଆଜି କରୋନାରେ ଚାଲିଗଲା ୧୧ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି

ରାଜ୍ୟରେ ଆଜି ୧୧ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ଏବଂ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି।
Regret to inform the demise of eleven numbers of Covid positive patients while under treatment in hospitals.
1.A 79 years old male of Bhubaneswar who was also suffering from Neuroendocrine tumour of Stomach with epigastric nodes.
— H & FW Dept Odisha (@HFWOdisha) May 1, 2021
ଭୁବନେଶ୍ୱରରୁ ୭୯, ୬୩, ୫୨ ଓ ୩୨ ବର୍ଷୀୟ ୪ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ର ଜଣେ ୫୨ ବର୍ଷୀୟ ମହିଳା ଓ ୬୨ ବର୍ଷୀୟ ପୁରୁଷ, ବୌଦ୍ଧର ଜଣେ ୭୫ ବର୍ଷୀୟ ମହିଳା, କଳାହାଣ୍ଡିର ୩୬ ବର୍ଷୀୟ ପୁରୁଷ, କୋରାପୁଟର ୬୦ ବର୍ଷୀୟ ମହିଳା, ପୁରୀର ୩୦ ବର୍ଷୀୟ ପୁରୁଷ ଏବଂ ରାୟଗଡାର ୮୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି।
Comments are closed.