ଆଜି ବି କରୋନା ନେଲା ୧୦ ଜୀବନ, ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ସଂକ୍ରମଣରେ ହୋଇଥିବା ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ପୁରୀ ଏବଂ ରାୟଗଡ଼ାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼, ବୌଦ୍ଧ, ଗଂଜାମ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।


ମୃତକଙ୍କ ମଧ୍ୟରେ ବୌଦ୍ଧର ଜଣେ ୪୨ ବର୍ଷୀୟ ପୁରୁଷ ଥିବା ବେଳେ ଗଂଜାମର ଜଣେ ୬୬ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ଜଣେ ୩୫ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ର ଜଣେ ୬୭ ବାଶୟ ପୁରୁଷଙ୍କ ମୃତ୍ୟୁ ଘଟିଛି। ସେହିପରି ପୁରୀର ଜଣେ ୮୦ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ମହିଳା ଏବଂ ରାୟଗଡାର ୫୫, ୪୭ ଓ ୫୭ ବର୍ଷୀୟ ୩ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଛି।

Comments are closed.