ରାଜ୍ୟରେ ହ୍ରାସ ପାଉଛି କରୋନା ଜନିତ ମୃତ୍ୟୁ, ଆଜି ୫ ମୃତ

ବହୁ ଦିନର ବ୍ୟବଧାନ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୪୪କୁ ବୃଦ୍ଧି ପାଇଛି। ଅନ୍ୟ ରୋଗ ଯୋଗୁଁ ୫୩ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ୫ ମୃତକଙ୍କ ମଧ୍ୟରୁ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ଜଣେ କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡିତ ଥିଲେ।

ଅନ୍ୟ ପକ୍ଷରେ ଆଜି ୩୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୧୦୩କୁ ବୃଦ୍ଧି ପାଇଛି।

Comments are closed.