କରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଆଜି ଗଲା ୧୨ ଜୀବନ

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭୩୦କୁ ବୃଦ୍ଧି ପାଇଛି।

୧୨ ଜଣ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଜଣ ଥିବା ବେଳେ ଭୁବନେଶ୍ୱରରୁ ୩, ଅନୁଗୁଳରୁ ୨, ବାଲେଶ୍ୱର, ଢେଙ୍କାନାଳ ଓ ଯାଜପୁରରୁ ଜଣେ ଲେଖାଏଁ ଅଛନ୍ତି। ତେବେ ଏହି ୧୨ ଜଣ ମୃତକଙ୍କ ମଧ୍ୟରୁ ୭ ଜଣ କରୋନା ସହ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।

Comments
Loading...