ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨, ୯୭୪

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୭୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

 

 

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ ଯାଜପୁର -୧୯, କଟକ- ୧୫, ମୟୁରଭଞ୍ଜ ଓ ଖୋର୍ଦ୍ଧା ଜିଲାରୁ ୧୧ ଜଣ, ନୂଆପଡ଼ା- ୯, ସୁନ୍ଦରଗଡ଼- ୭, କନ୍ଧମାଳ- ୬, ବଲାଙ୍ଗୀର ଓ ନୟାଗଡ ଜିଲାରୁ ୫ଜଣ  , ବାଲେଶ୍ବର, ଢେଙ୍କାନାଳ, କେନ୍ଦ୍ରାପଡା, ଓ ଝାରସୁଗୁଡ଼ା ଜିଲାରୁ ୪ ଜଣ , କେନ୍ଦୁଝର , ଗଞ୍ଜାମ ଓ ପୁରୀ ଜିଲାରୁ ୩ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡି ଓ କୋରାପୁଟ ଜିଲାରୁ ୨ ଜଣ ଓ ମାଲକାନଗିରିରୁ ଜଣେ ସୁସ୍ଥ ହୋଇଛନ୍ତି।

Comments are closed.