ଖୁସି ଖବର: ଆଜି ରାଜ୍ୟରେ ସୁସ୍ଥ ହେଲେ ୩,୩୪୩ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୨,୮୧୩

ଭୁବନେଶ୍ବର: ରାଜ୍ୟରେ ବୁଧବାର ୩,୩୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୨,୮୧୩କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା-୭୩୨, ସୁନ୍ଦରଗଡ଼- ୨୬୧, ଭଦ୍ରକ- ୨୪୫, ଗଞ୍ଜାମ- ୨୩୮, ରାୟଗଡ଼ା-୨୧୭, କଟକ- ୧୮୧, ବାଲେଶ୍ବର- ୧୫୫, ସମ୍ବଲପୁର-୧୨୭, ପୁରୀ- ୧୨୧, କୋରାପୁଟ- ୧୧୯, ମୟୁରଭଞ୍ଜ-୧୧୨, ସୋନପୁର- ୧୦୩, ବୌଦ୍ଧ-୮୪, ବରଗଡ଼-୭୮, କନ୍ଧମାଳ-୬୮, ବଲାଙ୍ଗୀର-୬୫, ନୟାଗଡ- ୬୦, କଳାହାଣ୍ଡି- ୫୬, ମାଲକାନଗିରି- ୫୪, ଢେଙ୍କାନାଳ ୪୯ ଓ ନବରଙ୍ଗପୁର ଜିଲାରୁ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Comments are closed.