୨୦ ହଜାର ଟପିଲା ଆରୋଗ୍ୟ ସଂଖ୍ୟା, ଆଜି ସୁସ୍ଥ ହେଲେ ୭୭୨

ରାଜ୍ୟରେ ଆଜି ୨୭ଟି ଜିଲ୍ଲାରୁ ୭୭୨ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଛି। ଗଂଜାମରୁ ସର୍ବାଧିକ ୨୧୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ କୋରାପୁଟରୁ ୪୧, ରାୟଗଡାରୁ ୩୧, ଗଜପତିରୁ ୨୭, ସୁନ୍ଦରଗଡ଼ରୁ ୨୪, ଯାଜପୁରରୁ ୨୧, କଳାହାଣ୍ଡିରୁ ୨୦, ନବରଂଗପୁରରୁ ୧୯, ମୟୁରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ବଲପୁରରୁ ୧୧, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀରୁ ୧୦ ଜଣ ଲେଖାଏଁ, ବରଗଡ଼ରୁ ୬, ବଲାଙ୍ଗୀରରୁ ୫, ବାଲେଶ୍ୱରରୁ ୪, ବୌଦ୍ଧ, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ ଏବଂ ଅନୁଗୁଳ, ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୦ ହଜାର ୫୧୭ରେ ପହଂଚିଛି।

Comments are closed.