କରୋନା ଆକ୍ରାନ୍ତଙ୍କ ଭଲମନ୍ଦ ବୁଝିପାରିବେ ସମ୍ପର୍କୀୟ

ଭୁବନେଶ୍ୱର: ଡାକ୍ତରଖାନାଗୁଡିକରେ କରୋନା ଆକ୍ରାନ୍ତଙ୍କୁ ଠିକ୍‍ ଭାବେ ଚିକିତ୍ସା କରାଯାଉ ନଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏହାକୁ ନେଇ ସବୁ କରୋନା ଯତ୍ନ କେନ୍ଦ୍ର(ସିସିସି) ଏବଂ ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ ସହାୟତା କେନ୍ଦ୍ର ଖୋଲା ଯିବ। ଏନେଇ ସବୁ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡିକୁ ନିର୍ଦେଶନାମା ଜାରି ହୋଇଛି। ଏହାଦ୍ୱାରା ଆକ୍ରାନ୍ତଙ୍କ ପରିବାର ଲୋକେ ତାଙ୍କ ସହ ଭଲ ମନ୍ଦ କଥା ହୋଇପାରିବେ। ଏମିତିକି ପ୍ରାମାଣିକ ଚଳଚ୍ଚିତ୍ର(ଭିଡ଼ିଓ) ସହାୟତାରେ ରୋଗୀଙ୍କୁ ଦେଖିପାରିବେ ବୋଲି ସୂଚନା ପ୍ରଯୁକ୍ତି ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।

ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ ପ୍ରତ୍ୟେକ କରୋନା ଯତ୍ନ କେନ୍ଦ୍ରରେ ସହାୟତା କେନ୍ଦ୍ର ଖୋଲିବାପାଇଁ ବ୍ୟବସ୍ଥା କରାଯାଉଛି, ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହେବ। ଏହାଦ୍ୱାରା ଡାକ୍ତରଖାନାଗୁଡିକରେ ରୋଗୀଙ୍କ ପ୍ରତି ହେଉଥିବା ଚିକିତ୍ସା ସମ୍ବନ୍ଧରେ ପରିବାର ଲୋକେ ଜାଣିପାରିବେ। ବିଭିନ୍ନ ସମୟରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନାମରେ ଆସୁଥିବା ଅବହେଳା ଅଭିଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଏକ ପୋର୍ଟାଲ କାର୍ଯ୍ୟକ୍ଷମ କରାଯାଇଛି। ଏହାଦ୍ୱାରା ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Comments are closed.