ରାଜ୍ୟରେ ସ୍ଥିର ରହୁଛି ଦୈନିକ ସଂକ୍ରମଣ; ଆଜି ପୁଣି ୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତିନି ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ସ୍ଥିର ରହିଛି । ଗତ ୨୪ ଓ ୨୫ ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ରହିଥିବା ବେଳେ ଆଜି ବି ମଧ୍ୟ ରାଜ୍ୟରେ ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ଭିତରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩ ଜଣ ସଂକ୍ରମିତ ରହିଥିବା ସୂଚନା ଦିଆଯାଇଛି । ଅନ୍ୟପଟେ ଆଜି ଏହି ସମସ୍ତ ଆକ୍ରାନ୍ତ ୪ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୬ ଜିଲ୍ଳା କରୋନା ମୁକ୍ତ ରହିଛି । ସୁନ୍ଦରଗଡ଼ରୁ ୪, କଟକରୁ ୨, ଖୋର୍ଦ୍ଧାରୁ ୨ ଓ ସମ୍ବଲପୁରରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୩ଜଣ ଆକ୍ରାନ୍ତ । ରାଜ୍ୟରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୮୦ ରହିଛି  ।

Comments are closed.