ରାଜ୍ୟରେ ଦୁଇ ଅଙ୍କ ତଳେ କରୋନା ଦୈନିକ ସଂକ୍ରମଣ; ୨୫ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ପୁଣି ୨ଅଙ୍କ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ଜଣେ ଚିହ୍ନଟ ହୋଇଥିବା ବେଳେ ୫ ଜିଲ୍ଳାରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ, ବଲାଙ୍ଗୀର ଓ ଷ୍ଟେଟପୁଲରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟର ୨୫ ଜିଲ୍ଲା କରୋନା ମୁକ୍ତ ହୋଇଛି  । ଆଜିର ସଂକ୍ରମିତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ଜଣେ ରହିଥିବା ସୂଚନା ଦିଆଯାଇଛି । ତାହା ସହ ଗୋଟିଏ ଦିନରେ ଆଉ ୩୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୨ ରହିଛି ।

 

Comments are closed.