ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୨୬୪, ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୯୩ ହଜାର ୭୪୧

ରାଜ୍ୟରେ କରୋନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ଦୈନଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଚିକିତ୍ସିତ ସଙ୍କ୍ରମିତଙ୍କ ମଧ୍ୟରୁ ୧ ହଜାର ୨୬୪ ଜଣ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ କରୋନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୭୪୧କୁ ବୃଦ୍ଧି ପାଇଛି। ସୁସ୍ଥମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୧୦, ସୁନ୍ଦରଗଡ଼ରୁ ୭୯ ଓ ବାଲେଶ୍ୱର ଏବଂ ବଲାଙ୍ଗୀରରୁ ୭୬ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।


ସେହିପରି କଟକ ଓ କେନ୍ଦୁଝରରୁ ୭୪ ଜଣ ଲେଖାଏଁ, ମୟୁରଭଞ୍ଜରୁ ୬୫, ନୂଆପଡ଼ାରୁ ୬୧, ଜଗତସିଂହପୁରରୁ ୫୯, ବରଗଡ଼ରୁ ୫୭, କେନ୍ଦ୍ରାପଡ଼ାରୁ ୪୪, ପୁରୀରୁ ୪୩, ଢେଙ୍କାନାଳରୁ ୩୮, ସମ୍ବଲପୁରରୁ ୩୦, ଯାଜପୁରରୁ ୨୮, କଳାହାଣ୍ଡିରୁ ୨୫, ଗଂଜାମରୁ ୨୨, ଭଦ୍ରକ ଓ କୋରାପୁଟରୁ ୨୦ ଜଣ ଲେଖାଏଁ, ନବରଂଗପୁରରୁ ୧୮, କନ୍ଧମାଳରୁ ୧୩, ଝାରସୁଗୁଡ଼ାରୁ ୧୨, ରାୟଗଡ଼ାରୁ ୧୧, ଦେବଗଡ଼ ଓ ନୟାଗଡ଼ରୁ ୯ ଜଣ ଲେଖାଏଁ, ସୋନପୁରରୁ ୮, ମାଲକାନଗିରିରୁ ୬, ଗଜପତିରୁ ୩, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।

୧୨ ନଭେମ୍ବର ୨୦୨୦ ରାଜ୍ୟ କରୋନା ସ୍ଥିତି

ମୋଟ କରୋନା ନମୁନା ପରୀକ୍ଷଣ:         ୫୧ ଲକ୍ଷ ୨୨ ହଜାର ୯୩୮
ନୂଆ କରୋନା ସଂକ୍ରମିତ ଚିହ୍ନଟ:            ୯୮୬
ମୋଟ କରୋନା ସଂକ୍ରମିତ:                  ୩ ଲକ୍ଷ ୫ ହଜାର ୯୮୬
ଦୈନିକ ଆରୋଗ୍ୟ ସଂଖ୍ୟା:                 ୧ ହଜାର ୨୬୪
ମୋଟ ଆରୋଗ୍ୟ ସଂଖ୍ୟା:                   ୨ ଲକ୍ଷ ୯୩ ହଜାର ୭୪୧
ଦୈନିକ କରୋନା ଜନିତ ମୃତ୍ୟୁ:             ୧୪
ମୋଟ କରୋନା ଜନିତ ମୃତ୍ୟୁ:              ୧ ହଜାର ୪୮୩
କରୋନା ବ୍ୟତୀତ ଅନ୍ୟ ରୋଗରେ ମୃତ୍ୟୁ: ୫୩
ସକ୍ରିୟ ଚିକିତ୍ସାଧୀନ ସଂକ୍ରମିତ:               ୧୦ ହଜାର ୭୦୯

Comments are closed.