ରାଜ୍ୟରେ ଆଉ ୪ହଜାର ୮୪୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ଦୁଇ ଦିନ ହେଲା ରାଜ୍ୟରେ ୫ ହଜାର ତଳକୁ କରୋନା ଦୈନିକ ମାମଲା ଖସିଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ହଜାର ୮୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨, ୮୦୯ ଓ ସ୍ଥାନୀୟ ସଂକ୍ରମିତ ୨, ୦୩୩ ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷର ୬୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧, ୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୧୦୪, ବାଲେଶ୍ୱର ୧୬୯, ବରଗଡ ୭୨, ଭଦ୍ରକ ୧୦୬, ବଲାଙ୍ଗିର ୧୪୦, ବୌଦ୍ଧ ୨୮, କଟକ ୪୪୩, ଦେବଗଡ ୮୫, ଢେଙ୍କାନାଳ ୮୪, ଗଜପତିରୁ ୬୫ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୫୮, ଜଗତସିଂହପୁର ୯୬, ଯାଜପୁର ୧୩୪, ଝାରସୁଗୁଡା ୭୦, କଳାହାଣ୍ଡି ୧୫୫, କନ୍ଧମାଳ ୮୦, କେନ୍ଦ୍ରାପଡା ୬୦, କେନ୍ଦୁଝରରେ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ କୋରାପୁଟ ୮୧, ମାଲକାନଗିରି ୪୩, ମୟୁରଭଞ୍ଜ ୧୭୯, ନବରଙ୍ଗପୁର ୧୨୪, ନୟାଗଡ ୨୧୦, ନୂଆପଡା ୧୪୨, ପୁରୀ ୭୬, ରାୟଗଡା ୧୦୧, ସମ୍ବଲପୁର ୧୪୯, ସୋନପୁର ୪୨, ସୁନ୍ଦରଗଡ ୧୫୯ ଷ୍ଟେଟପୁଲରୁ ୨୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୦,୫୧୧ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୭୩ହଜାର ୯୦୭ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୪୧ହଜାର ୬୮କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୮ହଜାର ୫୩୩ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.