ରାଜ୍ୟରେ ଆଉ ୬ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‍ । ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଯୋଗୁ ୬ରୁ ୭ ଜଣଙ୍କ ଜୀବନ ଯାଉଛି । ଆଜିର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି । ୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର, ସୁନ୍ଦରଗଡ଼, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ, ଭଦ୍ରକ ଓ ଅନୁଗୁଳରୁ ମଧ୍ୟ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଜନିତ ମୃତ୍ୟୁସଂଖ୍ୟା ୮ହଜାର ୫୨୦ରେ ପହଞ୍ଚିଛି । ଅନ୍ୟପଟେ ପ୍ରତିଦିନ ରାଜ୍ୟରେ ୮ ହଜାର ଉପରେ ଦୈନିକ କରୋନା ମାମଲା ଚିହ୍ନଟ ହେଉଛନ୍ତି ।

Comments are closed.