ରାୟଗଡ଼ା ଜିଲ୍ଲାକୁ ଛାଡି ରାଜ୍ୟର ୨୯ ଟି ଜିଲ୍ଲା କରୋନା କବଳିତ, ଆଜି ନୂଆ କରି କରୋନା ତାଲିକାରେ ସାମିଲ ହେଲା ସୋନପୁର

ଭୁବନେଶ୍ଵର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ସୋନପୁରରୁ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣଙ୍କ ଗୁଜୁରାଟରୁ ଫେରି କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୋନପୁରରୁ ଆଜି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟର କରୋନା ମ୍ୟାପରେ ୨୯ ନମ୍ବର ଜିଲ୍ଲା ଭାବେ ସାମିଲ ହୋଇଛି । ଯାହା ଫଳରେ ରାଜ୍ୟରେ ବର୍ତ୍ତମାନ ରାୟଗଡା ଜିଲାକୁ ଛାଡି ସମସ୍ତ ୨୯ ଟି ଜିଲ୍ଲା କରୋନା କବଳିତ ହୋଇସାରିଛି ।

Comments are closed.