ରାଜ୍ୟରେ ହଜାରେ ଟପିଲା ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ବି ୨ଶହ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହଜାରେ ଟପିଲା ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ୩୫ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଆଜି ବି ରାଜ୍ୟରେ ୨ଶହ ଉପରେ ରହିଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୨୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୯୬ଜଣ ରହିଥିବା ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷର ମଧ୍ୟରେ ୩୦ଜଣ ସଂକ୍ରମିତ ରହିଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରରେ ରାଜ୍ୟରୁ ଆଉ ୬୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୯୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫, ଷ୍ଟେଟପୁଲରୁ୨୫ ଓ ବାଲେଶ୍ୱରରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୨, ସମ୍ବଲପୁରରୁ ୧୦, ନୂଆପଡ଼ାରୁ ୮, ସୋନପୁରୁ ୬, ପୁରୀ ଓ ଭଦ୍ରକରୁ ୫ଜଣ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଦେବଗଡ଼ରୁ ୩, ଜଗତସିଂହପୁର ଓ ଯାଜପୁର ୨ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ାରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏଯାଏ ମୋଟ୍‌ ୧୨ଲକ୍ଷ ୯୦ହଜାର ୧୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ମୋଟ୍‌  ୧୨ଲକ୍ଷ ୭୯ହଜାର ୯୭୮ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।

Comments are closed.