ରାଜ୍ୟରେ ୧୫୦ ଟପିଲା କରୋନା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ୧୫୦ ଟପିଲା କରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୫୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୪ ଜଣ ରହିଥିବା ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷର ମଧ୍ୟରେ ୧୬ଜଣ ସଂକ୍ରମିତ ରହିଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରରେ ରାଜ୍ୟରୁ ଆଉ ୫୫ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୧୭ଜଣ, କଟକରୁ ୧୬ଜଣ, ସୁନ୍ଦରଗଡ଼ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୯, ବାଲେଶ୍ୱରରୁ ୮, ଜଗତସିଂହପୁରରୁ ୪, ଭଦ୍ରକରୁ ୪, ବରଗଡ଼ରୁ ୩, ସମ୍ବଲପୁରରୁ ୩, ସୋନପୁଚରୁ ୨ ନୟାଗଡ଼ରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ାରୁ ଜଣେ ଲେଖାଏ ପଜିଟିଭ୍‌ ରହିଥିବା ସୂଚନା ଦିଆଯାଇଛି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ହ୍ରାସ ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ୭୨୯ରେ ପହଞ୍ଚିଛି ।

Comments are closed.