କରୋନା ଅପଡେଟ୍ : ୨୬୪ ପଜିଟିଭ୍ ସହ ଗଞ୍ଜାମ ଶୀର୍ଷରେ, ୯ ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର ଆଉ ୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୬୭୨କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୬୦ ଜଣ କ୍ବାରେଣ୍ଟାଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଘରୁ ଚିହ୍ନଟ ହୋଇଛନ୍ତି ।  ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୬ ଜଣ ସୁସ୍ଥ ହୋଇଥିବାବେଳେ ୫୦୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ଏବଂ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡାରୁ ୧୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ଶୁକ୍ରବାର ୪୮ ଜଣ ଚିହ୍ନଟ ହେବାପରେ ଆଜି ଦିନକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହୋଇଛି । ଆଜି  ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ଵରର ୧୨, ଗଞ୍ଜାମର ୧୨, ପୁରୀର ୧୦, ଭଦ୍ରକର ୬, ନୟାଗଡ଼ର ୩, ଯାଜପୁରର ୨ ଏବଂ କଟକ, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏ  ସଂକ୍ରମିତ ରହିଛନ୍ତି ।

ଏହି ସଂଖ୍ୟାକୁ ମିଶାଇଲେ ଗଞ୍ଜାମରେ ମୋଟ ସଂକ୍ରମିତ ସଂଖ୍ୟା ୨୬୪ରେ ପହଞ୍ଚିଥିବାବେଳେ ବାଲେଶ୍ଵରରେ ୧୦୨ ଏବଂ ଯାଜପୁରରେ ୯୦ ରହିଛି। ମୋଟ ୨୧ଟି ଜିଲ୍ଲାରେ କରୋନା ପ୍ରଭାବ ଦେଖିବାକୁ ମିଳିଛି ।

ଜିଲ୍ଲାୱାରୀ ସଂକ୍ରମିତଙ୍କ ସଂଖ୍ୟା : –

ଗଞ୍ଜାମ -୨୬୪, ବାଲେଶ୍ଵର -୧୦୨, ଯାଜପୁର – ୯୦, ଖୋର୍ଦ୍ଧା – ୫୩, ଭଦ୍ରକ-୪୬, ସୁନ୍ଦରଗଡ -୨୬, କେନ୍ଦ୍ରାପଡା -୨୨, ଅନୁଗୋଳ -୧୫, ପୁରୀ -୧୪, ମୟୂରଭଞ୍ଜ – ୯, ଜଗତସିଂହପୁର – ୫, ନୟାଗଡ -୪, କେନ୍ଦୁଝର – ୪, କଟକ -୪, ବୌଦ୍ଧ-୪, କଳାହାଣ୍ଡି,-୨, ଝାରସୁଗୁଡା – ୨, ଦେବଗଡ-୨, ବଲାଙ୍ଗୀର -୨, କୋରାପୁଟ-୧ ଏବଂ ଢେଙ୍କାନାଳ – ୧ ।

Comments are closed.