ରାଜ୍ୟରେ କରୋନା କାୟା ; ନୂଆ ପଜିଟିଭ ୧୩୭୯ ; ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ନିଜର କାୟା ବିସ୍ତାର କରି ଚାଲିଛି। ୨୪ ଘଣ୍ଟାରେ ୧୩୭୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୮୦୮, ସ୍ଥାନୀୟ ୫୭୧। ମୋଟ ପଜିଟିଭ ସଂଖ୍ୟା ୩,୪୯,୫୬୧କୁ ବୃଦ୍ଧି ପାଇଛି। ୩,୩୯,୬୦୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯୭୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୧୭ ଓ ଖୋର୍ଦ୍ଧାରୁ ୧୫୮। ଅନୁଗୁଳ ୨୭, ବାଲେଶ୍ୱର ୩୩, ବରଗଡ ୬୮, ଭଦ୍ରକ ୩୬, ବଲାଙ୍ଗୀର ୫୪, ବୌଦ୍ଧ ୧, କଟକ ୫୬, ଦେଓଗଡ ୪, ଢେଙ୍କାନାଳ ୪, ଗଜପତି ୩, ଗଞ୍ଜାମ ୩୧, ଜଗତସିଂହପୁର ୬, ଯାଜପୁର ୧୯, ଝାରସୁଗୁଡା ୪୨, କଳାହାଣ୍ଡି ୩୦, କନ୍ଧମାଳ ୧୦, କେନ୍ଦ୍ରାପଡା ୬, କେନ୍ଦୁଝର ୩୦, କୋରାପୁଟ ୯, ମାଲକାନଗିରି ୪, ମୟୁରଭଞ୍ଜ ୪୯, ନବରଙ୍ଗପୁର ୭୧, ନୟାଗଡ ୧୮, ନୂଆପଡା ୯୦, ପୁରୀ ୪୩, ରାୟଗଡା ୨୫, ସମ୍ବଲପୁର ୮୬, ସୋନପୁର ୧୪, ଷ୍ଟେଟ ପୁଲରୁ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.