ଓଡ଼ିଶାରେ କଂଗ୍ରେସ ପ୍ରଭାରି ଚେଲା କୁମାର

ଭୁବନେଶ୍ୱର: ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର ୪ ଦିନିଆ ଗସ୍ତରେ ମଙ୍ଗଳବାର ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, କଟକ ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ପ୍ରମୁଖ ସ୍ୱାଗତ କରିଥିଲେ । ଆସନ୍ତାକାଲି ନବନିଯୁକ୍ତ ଜିଲା ସଭାପତିଙ୍କ ମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୨ରେ ବାଲେଶ୍ୱର ଗସ୍ତରେଯାଇ ଉପନିର୍ବାଚନ ପ୍ରଚାରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୩ରେ ତିର୍ତ୍ତୋଲ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ପିସିସି ପକ୍ଷରୁ ଜଣାପଡ଼ିଛି । ପୂର୍ବରୁ ଚେଲା କୁମାର ୬ଦିନିଆ ଓଡ଼ିଶା ଗସ୍ତ ସାରି ୧୧ରେ ଫେରିଥିଲେ, ଏହା ତାଙ୍କର ଦ୍ୱିତିୟବାର ଗସ୍ତ ବୋଲି ଜଣାପଡ଼ିଛି।

Comments
Loading...