MEllora 950×100

‘ଓଡ଼ିଶା ଶିଳ୍ପାୟନ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଶିଳ୍ପ ମହାକୁମ୍ଭ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ବୁଧବାର ଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି । ଦେଶ ବିଦେଶର ଶିଳ୍ପପତି, ବ୍ୟବସାୟିକ ପ୍ରତିନିଧି, ଉଦ୍ୟୋଗପତି, ପୁଞ୍ଜିପତି ଓ ନିବେଶକଙ୍କ ଏହି ମହା ସମ୍ମେଳନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଚାରିଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ଅପାର ସମ୍ଭାବନାର ସୁଯୋଗ ନେବାକୁ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ଦୈନିକ ‘ସମାଜ’ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ଓଡ଼ିଶା ଶିଳ୍ପାୟନ’ ବିଶେଷାଙ୍କକୁ ମୁଖ୍ୟମନ୍ତ୍ରୀ ବହୁ ବିଶିଷ୍ଟ ଅତିଥିଙ୍କ ଗହଣରେ ଉନ୍ମୋଚନ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ ଉଦ୍ୟୋଗପତି, ଶିଳ୍ପପତି, ପୁଞ୍ଜିପତିଙ୍କ ସାକ୍ଷାତକାର ଏବଂ ସେମାନଙ୍କ ଉଦ୍ୟୋଗ ବିକାଶ ସମ୍ପର୍କରେ ବିସ୍ତୃତ ତଥ୍ୟ ଶିଳ୍ପାୟନ ବିଶେଷାଙ୍କରେ ସ୍ଥାନ ପାଇଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଫିକିର ସଭାପତି ଶୁଭ୍ରକାନ୍ତ ପଣ୍ଡା ଓ ଅରୁଣ ଚାୱଲା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.