ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ଆଗରେ

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ସେମାନଙ୍କ ନିକଟତମ ପ୍ରାର୍ଥୀଙ୍କ ଠାରୁ ଆଗରେ ଅଛନ୍ତି। ତିର୍ତ୍ତୋଲରେ ୧୧ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୭ ହଜାର ୪୫୧ ଖଣ୍ଡ ଭୋଟରେ ଆଗରେ ରହିଛି। ବିଜେଡି ମୋଟ ୩୮ ହଜାର ୪୩, ବିଜେପି ୨୦ ହଜାର ୫୯୨ ଓ କଂଗ୍ରେସ ୯ ହଜାର ୪୯୧ ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ବାଲେଶ୍ୱରରେ ୧୨ତମ ରାଉଣ୍ଡରେ ବିଜେଡ଼ି ଆଗରେ ରହିଛି। ବିଜେଡ଼ି ପ୍ରାର୍ଥୀ ୬୨୬ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ଅଛନ୍ତି। ଏହି ରାଉଣ୍ଡରେ ବିଜେଡ଼ି ମୋଟ ୩ ହଜାର ୪୧୮ ଓ ବିଜେପି ୨ ହଜାର ୭୯୪ ଖଣ୍ଡ ଭୋଟ ପାଇଛନ୍ତି। ଏହା ସହିତ ବିଜେଡ଼ି ସମୁଦାୟ ୫ ହଜାର ୭୧୩ ଭୋଟରେ ଆଗୁଆ ରହିଛି।

ଚଳିତ ଉପନିର୍ବାଚନରେ ତିର୍ତ୍ତୋଲରେ ମୋଟ ୨ କୋଟି ୩୯ ହଜାର ୧୫୩ ଜଣ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୫ ଲକ୍ଷ ୧୫୮ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ। ଭୋଟ ହାର ୬୯.୬୦ ପ୍ରତିଶତ ରହିଥିଲା। ୩ଟି ବ୍ଲକ ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁରର ୬୧ଟି ଗ୍ରାମପଞ୍ଚାୟତରେ ୩୭୩ଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ସେହିପରି ବାଲେଶ୍ୱରରେ ମୋଟ ୨ କୋଟି ୩୦ ହଜାର ୨୯୭ ଜଣ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୨ ଲକ୍ଷ ୮୦୫ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ। ୨୬ଟି ଗ୍ରାମପଞ୍ଚାୟତ ଓ ୩୧ଟି ମୁନିସିପାଲିଟି ଅଂଚଳରେ ୩୪୬ଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Comments are closed.