MEllora 950×100

ମାର୍ଚ୍ଚ ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେଉ, ନ ହେଲେ ପହିଲାରୁ ଧାରଣା : ରାଜ୍ୟ ବସ୍‌ ମାଲିକ ସଂଘ

ଭୁବନେଶ୍ୱର : ବସ ମାଲିକ ସଂଘର ବିଭିନ୍ନ ଦାବି ଉପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୩ ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ଅଯଥାରେ ବିଳମ୍ବ କରାଯାଉଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସରକାରଙ୍କ ଉଦାସୀନତା ପ୍ରତିବାଦରେ ଚଳିତ ମାସ ୧୧ ତାରିଖରେ ରାଜ୍ୟ ବସମାଲିକ ସଂଘର ଏକ ଜରୁରୀ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ନ ହେଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ପରିବହନ ଆେୟାଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି।
ସଂଘର ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ବସ ପରମିଟ ତୃତୀୟ ପକ୍ଷକୁ ହସ୍ତାନ୍ତର ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ େହାଇପାରିଲା ନାହିଁ। ସେହିପରି ନିୟମାନୁସାରେ ନିର୍ମାଣ ହୋଇଥିବା ସ୍ଲିପର କୋଚ ବସକୁ ଦିନରେ ଚଳାଇବାକୁ ଅନୁମତି ମଧ୍ୟ ଦିଆଯାଇ ନାହିଁ । ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉଭୟେ ଦାବି କରିଛନ୍ତି। ମଙ୍ଗୁଳି-ସମ୍ବଲପୁର ରାସ୍ତା କାମ ୫ବର୍ଷ ଧରି ଚାଲିଥିଲେ ମଧ୍ୟ ଆଜିଯାଏ ସମ୍ପୂର୍ଣ୍ଣ ହୋଇପାରି ନ ଥିବା ବେଳେ ଏହି କାମ ତୁରନ୍ତ ଶେଷ କରିବାକୁ ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା।
ବୈଠକରେ ମୋ ବସ୍‌କୁ ନେଇ ଅଭିେଯାଗ ହୋଇଥିଲା। ଏହି ବସ କେବଳ ସହରାଞ୍ଚଳ ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା ବେଳେ ଏଗୁଡିକ ଏବେ ଜାତୀୟ ଓ ରାଜ୍ୟ ରାଜପଥରେ ଚଳାଚଳ କରୁଛି । ଫଳରେ ଘରୋଇ ବସଗୁଡିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ବସ୍‌ଷ୍ଟାଣ୍ଡରେ ପାର୍କିଂ ଫି ଆଳରେ ଚାଲିଥିବା ଜୁଲୁମ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଥିଲା। ସଂଘର ୮ ଦଫା ଦାବି ପୂରଣ କରିବା ଦିଗରେ ପଦକ୍ଷେପ େନବାକୁ ଜୁଲାଇ ୩୦ରେ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ ମଧ୍ୟ ପରିବହନ ଆୟୁକ୍ତ ଏହାକୁ କାର୍ଯ୍ୟକାରୀ କରୁ ନ ଥିବା ସଂଘ ଅଭି‌େ‌ଯାଗ କରିଛି। ଉପରୋକ୍ତ ନିଷ୍ପତ୍ତିଗୁଡିକ ଯଦି ଚଳିତ ମାସ ୩୦ ତାରିଖ ସୁଦ୍ଧା କାର୍ଯ୍ୟକାରୀ କରା ନ ଯାଏ ତେବେ ଡିସେମ୍ବର ୧ ତାରିଖରୁ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଭାପତି ଓ ସମ୍ପାଦକଚେତାବନୀ ଦେଇଛନ୍ତି।

Comments are closed.