ଓଡ଼ିଶା ବଜେଟ-୨୦୨୧-୨୨: ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ

ଭୁବନେଶ୍ଵର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ପାଇଁ ରାଜ୍ୟ  ସରକାର ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି। ସେଥିରୁ ୧, ୨୫, ୬୦୦ କୋଟି ଟଙ୍କା ଟିକସ ଓ ଅନୁଦାନରୁ ପ୍ରାପ୍ତ କରିବା ଲକ୍ଷ୍ୟ ରହିଥିବାବେଳେ ଋଣ ବାବଦରେ ପ୍ରାୟ ୪୪ ହଜାର ୪୦୦ କୋଟି ଆସିବା ଲକ୍ଷ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ କେତେ ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର।

– ଜଳସେଚନ କ୍ଷେତ୍ର ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ

– ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନା ପାଇଁ ୭୭ କୋଟି

– ପାର୍ବତୀ ଗିରି ଜଳସେଚନ ଯୋଜନା ଲାଗି ୮୬୦ କୋଟି

– ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି

– ବନ୍ୟା ନିୟନ୍ତ୍ରଣ ସକାଶେ ୭୧୦ କୋଟି

– ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି

– ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି

– ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି

– କାଳିଆ ଯୋଜନା ପାଇଁ ୧୮୦୦ କୋଟି

– ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି

– ଉଦ୍ୟାନ କୃଷିର ବିକାଶ ପାଇଁ ୧୩୨ କୋଟି

– ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି

– କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ

– ଏମଜିଏନଆରଇଜିଏସରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା

– କୋଭିଡ଼ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ

– ଚଳିତ ବର୍ଷ ଋଣ ଭାର ଜିଏସଡିପିର ୨୦.୯% ହେବା ଆକଳନ

– ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି

– ଏକାମ୍ର କ୍ଷେତ୍ର ପାଇଁ ୨୦୦ ଓ ସମଲେଇ ଯୋଜନା ପାଇଁ ୨୦୦ କୋଟି

– ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି

– ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ।

– ଏସସିବି ମେଡିକାଲକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା

– ଚଳିତବର୍ଷ ଏସସିବି ମେଡିକାଲ ପାଇଁ ୫୦୦ କୋଟି ବ୍ୟୟବରାଦ

– ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା। ଏହି ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ।

– ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୦୦ କୋଟି

– ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି

– ବିପର୍ଯ୍ୟୟ ସହନୀୟ ବିଦ୍ୟୁତ ଯୋଗାଣ ପାଇଁ ୫୦ କୋଟି

– ହାତୀ କରିଡ଼ର ବିଦ୍ୟୁତ ଯୋଗାଣ ପାଇଁ ୧୨୦ କୋଟି

– ବିଜୁ ଏକ୍ସପ୍ରେସ ୱେ ପାଇଁ ୧୦୦ କୋଟି

– ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି

– ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୫୦ କୋଟି

– ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି

– ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି

– ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି

– ମୋ ସ୍କୁଲ ପାଇଁ ୨୫୩ କୋଟି ଏବଂ ମୋ କଲେଜ ପାଇଁ ୭ କୋଟି

– ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି

– ଲ୍ୟାଣ୍ଡବ୍ୟାଙ୍କ ପାଇଁ ୫୦ କୋଟି

– ଏମଏସଏମଇ ପାଇଁ ୪୬୫ କୋଟି

– ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫୦୦ କୋଟି

– ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ୧୦୦ କୋଟି

– କଟକରେ ବସ୍ ଟର୍ମିନାଲ ପାଇଁ ୧୦୦ କୋଟି

– ବରମୁଣ୍ଡା ବସ ଟର୍ମିନାଲ ପାଇଁ ୧୦୦ କୋଟି

– ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ୩୪ କୋଟି

Comments are closed.