ଓଡିଶା ବଜେଟ ୨୦୨୦-୨୧, କେନ୍ଦ୍ରୀୟ ଯୋଜନା ଆଧାରିତ ବଜେଟ: ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟ ବଜେଟ-୨୦୨୦-୨୧କୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଚଳିତ ବଜେଟରେ କେନ୍ଦ୍ରୀୟ ଟିକସ ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୬୮,୩୦୦ କୋଟି ଟଙ୍କା ମିଳିବ ଯାହା ଗତ ବର୍ଷର ବଜେଟ ଅପେକ୍ଷା ୪୫୬୫ କୋଟି ଟଙ୍କା ଅଧିକ। ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟର ବଜେଟ ପରିମାଣ ସମୁଦାୟ ୧,୫୦,୦୦୦ କୋଟି ହୋଇଥିଲା ବେଳେ ସେଥିରୁ କେନ୍ଦ୍ରୀୟ ନୁଦାନ ଓ ଟିକସର ପରିମାଣ ହେଉଛି ହେଉଛି ୬୮,୩୦୦ କୋଟି ଯାହା ହେଉଛି ବଜେଟର ୪୫ ପ୍ରତିଶତ। ରାଜ୍ୟର ନିଜସ୍ୱ ଆୟ ହେଉଛି ୫୬୬୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୧୧,୭୦୦ କୋଟି କମ୍। ଖାଲି ସେତିକି ନୁହେଁ ରାଜ୍ୟର ନିଜସ୍ୱ ଆୟ ଯାହା ଅଛି ତାହା ସରକାରଙ୍କର ଦରମା ପେନସନକୁ ନିଅଣ୍ଟ ପଡିବ। ରାଜ୍ୟରେ ଯାହା ବିକାଶ ମୂଳକ କାମ ହେବ ସବୁ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭର। ଏବେ ରାଜ୍ୟର ମୋଟ ଋଣ ଭାର ୧ ଲକ୍ଷ ୬ ହଜାର କୋଟି ଟଙ୍କା ଛୁଇଁଗଲା। ଓଡିଶା ଏବେ ବଡ ଆର୍ଥିକ ଅସମ୍ଭାଳ ପରିସ୍ଥିତି ଆଡେ ମୁହାଁଉଛି। କାରଣ ଆମର ବାର୍ଷିକ ବଜେଟ ଦେଖିଲା ବେଳକୁ ଋଣର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments are closed.