ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ – ୧ ଲକ୍ଷ ୩୯ ହଜାର କୋଟିର ବ୍ୟୟବରାଦ

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ରାଜ୍ୟ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାରମ୍ଭିକ ବଜେଟ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ପ୍ରଥମେ କୃଷି ବଜେଟ ଆଗତ କରିଥିଲେ। ୨୦୧୯-୨୦ ପାଇଁ କୃଷି ବଜେଟରେ ୨୦ ହଜାର ୭୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପରେ ଅର୍ଥମନ୍ତ୍ରୀ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ।

ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପରିମାଣ ୧ଲକ୍ଷ ୩୯ହଜାର କୋଟି ଟଙ୍କା ରହିଛି। ଏଥିରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୫୭ ହଜାର ୩୫୦ କୋଟି, ଦରମା ବାବଦକୁ ୨୫ ହଜାର ୫୦୦ କୋଟି ଏବଂ ପେନସନ ପାଇଁ ୬ ହଜାର ୫ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

                                                ପୂର୍ଣ୍ଣାଙ୍ଗ ବଜେଟ ୨୦୧୯-୧୦ର ମୁଖ୍ୟ ପ୍ରସଙ୍ଗ –
୧. ବଜେଟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି
୨. ପ୍ରଶାସନିକ ଖର୍ଚ୍ଚ ବାବଦକୁ ୫୭ ହଜାର ୩୫୦ କୋଟି
୩. ଦରମା ବାବଦକୁ ୨୫ ହଜାର ୫ ଶହ କୋଟି
୪. ପେନସନ ପାଇଁ ୬ ହଜାର ୫ ଶହ କୋଟି
୫. ସୁଧ ଦେୟ ପାଇଁ ୧୩ ହଜାର ୩ ଶହ କୋଟି
୬. ରକ୍ଷଣାବେକ୍ଷଣା ପାଇଁ ୪ ହଜାର ୮୪୦ କୋଟି
୭. କାର୍ଯ୍ୟକ୍ରମ ବ୍ୟୟ ଅଟକଳ ପାଇଁ ୭୦ ହଜାର ୬ ଶହ କୋଟି
୮. ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି
୯. ଉନ୍ନୟନକାରୀ ସଂସ୍ଥା ବାବଦକୁ ୬ ହଜାର ୪୯୦ କୋଟି
୧୦. ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪ ହଜାର ୬ ଶହ କୋଟି

ଶିକ୍ଷା ବ୍ୟୟବରାଦ
– ଶିକ୍ଷା ଓ ଦକ୍ଷତା ବିକାଶ: ୧୯ ହଜାର ୪୯୨ କୋଟି
– ଆଦର୍ଶ ବିଦ୍ୟାଳୟ: ୩୨୦ କୋଟି
– ଅନୁସୂଚିତ ଜାତି ଛାତ୍ରୀ ନିବାସ: ୨୨୭ କୋଟି
– ଉଚ୍ଚ ଶିକ୍ଷା ଅନୁଷ୍ଠାନ ଭିତ୍ତିଭୂମି: ୧୫୦ କୋଟି
– ମେଧା ବୃତ୍ତି: ୬୩ କୋଟି
– ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା: ୧୫ କୋଟି

ସ୍ୱାସ୍ଥ୍ୟ ବ୍ୟୟବରାଦ
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ୧ ହଜାର ୨୦୩ କୋଟି
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ମହିଳାଙ୍କୁ ଚିକିତ୍ସା ସୁବିଧା): ୧୦ ଲକ୍ଷ
– ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ: ୬ ହଜାର ୮୨୮ କୋଟି
– ଫନି ପ୍ରଭାବିତ ଅଞ୍ଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ: ୪ ହଜାର ୮୨୦ କୋଟି
– ମମତା ଯୋଜନା: ୩୦୫ କୋଟି

ମିଶନ ଶକ୍ତି ବ୍ୟୟବରାଦ
– ମିଶନ ଶକ୍ତି: ୩୦୧ କୋଟି
– ମିଶନ ଶକ୍ତି ଗୃହ ନିର୍ମାଣ: ୧୩୦ କୋଟି
– ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା: ଦେବାକୁ ୮୦ କୋଟି
– ମଧୁବାବୁ ପେନସନ ଯୋଜନା: ୨ ହଜାର ୧୨୦ କୋଟି
– ଅବହେଳିତ ବର୍ଗ ଥଇଥାନ: ୩ ହଜାର ୧୪୭ କୋଟି
– ସ୍ମାର୍ଟସିଟି: ୪ ଶହ କୋଟି

ସଡ଼କ, ସେତୁ ଓ ରେଳ ବ୍ୟୟବରାଦ
– ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା: ୩୦୧ କୋଟି
– ବିଜୁ ସେତୁ ଯୋଜନା (୧୮୧ଟି ସେତୁ): ୫୦୧ କୋଟି
– ପୁରୁଣା ରେଳ ପ୍ରକଳ୍ପ: ୧୦ କୋଟି
– ପୁଲିସ୍‌ ବାରାକ ନିର୍ମାଣ ଓ ସରଞ୍ଜାମ: ୭୦୧ କୋଟି
– ଏମଏସଏମଇ: ୧୯୨ କୋଟି

ବନୀକରଣ ଓ ପର୍ଯ୍ୟଟନ ବ୍ୟୟବରାଦ
– ଜଙ୍ଗଲ ବିଭାଗ: ନିମନ୍ତେ ୧ ହଜାର ୯୦୨ କୋଟି
– ଗ୍ରୀନ ମହାନଦୀ ମିଶନ: ୫୧ କୋଟି
– ପର୍ଯ୍ୟଟନ କ୍ଷେତ୍ରର ବିକାଶ: ୧୯୪ କୋଟି
– ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା: ୧୧ କୋଟି

କେଉଁଠୁ ଆସିବ ଅର୍ଥ?
୧. ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୧୫ ହଜାର ୨୬୬ କୋଟି ଟଙ୍କା
୨. ଋଣ ଓ ଅନ୍ୟାନ ପ୍ରାପ୍ତିରୁ ୨୩ ହଜାର ୭୩୪ କୋଟି ଟଙ୍କା

Comments are closed.