ଘୋଷଣା ହେଲେ ବିଜେପି ଜିଲା ସଭାପତି

ବିଜେପିର ସଙ୍ଗଠନ ପର୍ବ -୨୦୧୯

ଭୁବନେଶ୍ୱର: ବିଜେପି ପକ୍ଷରୁ ଜୁଲାଇରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ-୨୦୧୯ର ଜିଲାସ୍ତରୀୟ ନିର୍ଯାସ ବାହାରିଛି। ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁମୋଦନକ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ବିଜେପିର ଜିଲାସଭାପତି ତାଲିକା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୋଳ ସଭାପତି ଭାବେ ଦିଲେଶ୍ୱର ପ୍ରଧାନ ରହିଥିବାବେଳେ ଢେଙ୍କାନାଳ- ନରେଶ ମହାପାତ୍ର, କଟକ ନଗର-ଲଲାତେନ୍ଦୁ ବଡୁ,କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା,ଜଗତସିଂହପୁର-ସତ୍ୟବ୍ରତ ମହାପାତ୍ର,କେନ୍ଦ୍ରାପଡା- କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ, ଭଦ୍ରକ-ହେମନ୍ତ ପାଢୀ, ବାଲେଶ୍ୱର-ଉମାକାନ୍ତ ମହାପାତ୍ର ରହିଛନ୍ତି।
ସେହିପରି ବାରିପଦାର ଜିଲା ସଭାପତି ଭାବେ ପୂର୍ବତନ ବିଧାୟକ କାନ୍ଦରା ସୋରେନଙ୍କୁ ବଛା ଯାଇଥିବାବେଳେ ରାଇରଙ୍ଗପୁର ପାଇଁ ବିଧାୟକ ନବଚରଣ ମାଝୀ, କେନ୍ଦୁଝର-ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ(ବଣାଇଁ)- ଅନିଲ ବାର୍ଲା, ସୁନ୍ଦରଗଡ (ପାନପୋଷ)- ଲତିକା ପଟ୍ଟନାୟକ, ସୁନ୍ଦରଗଡ-ବିଧାୟକ ଭବାନୀ ଭୋଇ, ଝାରସୁଗୁଡା- ମଙ୍ଗଳ ସାହୁ, ଦେବଗଡ-ମୀନ କେତନ ପ୍ରଧାନ, ସମ୍ବଲପୁର- ଗିରିଶ ପଟେଲ,ବରଗଡ- ଅଶ୍ୱିନୀ ଷଡଙ୍ଗୀ, ବୌଦ୍ଧ-ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର, ବଲାଙ୍ଗୀର- ଶିବାଜୀ ମହାନ୍ତି,ନୂଆପଡା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର- ଜଗଦୀଶ ବିଶୋଇ, କୋରାପୁଟ- ସୁମନ୍ତ ପ୍ରଧାନ,ମାଲକାନଗିରି- ବିଧାୟକ ଆଦିତ୍ୟ ମାଢୀ, ରାୟଗଡା- ଶିବ ପଟ୍ଟନାୟକ, ଗଜପତି- ବିଧାୟକ କେ. ନାରାୟଣ ରାଓ,ଗଞ୍ଜାମ-ବିଭୂତି ଜେନା, ଘୁମୁସର- ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ-ଲାଲା ମନୋଜ ରାୟ, ଖୋର୍ଦ୍ଧା-ରଶ୍ମି ରଞ୍ଜନ ମହାପାତ୍ର, ପୁରୀ- ଆଶ୍ରିତ ପଟ୍ଟନାୟକ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି।

Comments are closed.