ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ; ବିରୋଧୀ ଆଣିଲେ ମୁଲତବି ପ୍ରସ୍ତାବ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯାଇଛି । ପିଇବା ପାଇଁ ଓ ବିଜୁଳି ବିଲ୍‌ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପକ୍ଷରୁ ମୁଲତବି ନୋଟିସ୍‌ ଦିଆଯାଇଥିବା ବେଳେ ରାଜ୍ୟରେ ପାଣି ଓ ବିଜୁଳି ଯୋଗାଣରେ ଅବ୍ୟବସ୍ଥା କାରଣରୁ ଲୋକ ମା​‌ନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ସେପଟେ ବାଚସ୍ପତି ଆସନରେ ନୂଆକରି ନିର୍ବାଚିତ ହୋଇଥିବା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆସନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମଧ୍ୟମରେ ଉପସ୍ଥିତ ରହିଛନ୍ତି । ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶୋକ ପ୍ରସ୍ତବ ଆଗତ ହୋଇଥିବା ବେଳେ ବିରୋଧୀଙ୍କ ସିମର୍ଥନରେ ଗୋଟିଏ ମିନିଟ୍‌ ଗୃହରେ ଶୋକ ପାଳନ କରାଯାଇଛି ।

ଅନ୍ୟପଟେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି ।

ଅଧିକ ଆଲୋଚନା ଲାଗି ଚଳିତଥର ଦୈନିକ କାର୍ଯ୍ୟବିଧିରେ ୧ ଘଣ୍ଟା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରଶ୍ନକାଳ, ୧ ଘଣ୍ଟାର ଶୂନ୍ୟକାଳ ଓ ପରେ ମୂଲତବୀ ଆଲୋଚନା ଦେଢ଼ଘଣ୍ଟା ରହିବ। କରୋନା ପାଇଁ ପୂର୍ବରୁ ଅପରାହ୍ଣ ଅଧିବେଶନରେ ୨ଘଣ୍ଟା କାର୍ଯ୍ୟବିଧି ରହିଥିଲା ।

ମାତ୍ର ଚଳିତ ଥର ୩ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହି ସମୟରେ ଖର୍ଚ୍ଚ ଦାବି ଆଲୋଚନା ସହିତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟ ରହିଛି। ତେବେ ଏହି ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେଥିନେଇ ୨୯ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରାଯାଇସାରିଛି।

Comments are closed.