ବିଧାନସଭା ଆରମ୍ଭରୁ ଗୃହରେ ଉଠିଲା ‘ ଶ୍ରୀ ଜଗନ୍ନାଥ ଟଙ୍କା’ ପ୍ରସଙ୍ଗ,୧୨.୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ବର : ବୁଧବାର ଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଆଜି ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦିବଗଂତ ବିଧାୟକମାନଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିରୋଧୀଦଳ ନେତା ପ୍ରଦିପ୍ତ କୁମାର ନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦିବଗଂତ ବିଧାୟକ ମାନଙ୍କ ଉଦେଶ୍ୟରେ ଶୋକବାର୍ତ୍ତା ପ୍ରଦାନ କରିଥିଲେ।

ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ପରେ ପରେ ଗୃହରେ କଂଗ୍ରେସ ବିଧାୟକମାନେ ‘ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରହିବ’ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ। କଂଗ୍ରେସ ବିଧାୟକମାନଙ୍କ ହୋହାଲ୍ଲା ଦେଖି ବାଚସ୍ପତି ଗୃହକୁ ଦିନ ୧୨.୩୦ ଯାଏଁ ମୁଲତବି ଘୋଷଣା କରିଦେଇଛନ୍ତି।

ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପ୍ରମୁଖ ଅସ୍ତ୍ର ଭାବେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ୫୪୫ କୋଟି ଜମାରାଶି ଘରୋଇ ୟେସ ବ୍ୟାଙ୍କରେ ରହିବା ପ୍ରସଙ୍ଗ ରହିଛି। ଏଥି ସହ ଜମି ଅଧିଗ୍ରହଣ ,କୃଷକ ସମସ୍ୟା , ମଣ୍ଡି ସମସ୍ୟା ସହ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା କମିଶନ ବନ୍ଦ ହେବା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ ଘେରିବାର ସମ୍ଭାବନା ରହିଛି।

ବିଧାନସଭା ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ କରାଯାଇଛି। ଏହି ବିଧାନସଭା ଚାଲୁଥିବା ସମୟରେ ଆସନ୍ତା ୨୬ରେ ରାଜ୍ୟସଭା ନିର୍ବାଚନ ରହିଛି । ତେବେ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବାକୁ ରହିଛି । ପୂର୍ବରୁ ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିଥିଲା।

Comments are closed.