ଓଡିଶା, ଆସାମ ଓ ମେଘାଳୟରେ ବର୍ଷା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇ ଯାଇଥିବା ବେଳେ କେତେକ ଅଞ୍ଚଳରେ ତୁଷାର ପାତ ହୋଇଛି। ବିଶେଷ କରି ଓଡିଶା, ପଶ୍ଚିମ ବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରକେତେକ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହି ସବୁ ଅଞ୍ଚଳରେ ବର୍ଷା ହୋଇଛି ଓ କାଶ୍ମୀରରେ ବରଫ ପାତ ହୋଇଛି।

ପଶ୍ଚିମା ପବନ ପ୍ରଭାବରେ ଜାମ୍ମୁ କାଶ୍ମୀରର କେଵେକ ସ୍ଥାନରେ ବର୍ଷା ସହ ସାମାନ୍ୟ ବରଫପାତ ଘଟିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶା ସମେତ ପଶ୍ଚିମ ବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର ଅନେକ ସ୍ଥାନରେ ବର୍ଷା ହେବା ସହ ଜାମ୍ମୁ କାଶ୍ମୀରରେ ସାନି ବରଫ ପାତ ହେବାର ସଂଭାବନା ରହିଛି।

Comments are closed.