ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା : ୫ କୋଟି ଟପିଲା ଟିକାଦାନ

ଭୁବନେଶ୍ବର : କରୋନା ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟରେ ମୋଟ ଟିକାଦାନ ୫ କୋଟି ଅତିକ୍ରମ କରିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମୋଟ ୫ କୋଟି ୫୬ ହଜାର ୩୧୧ପାନ ଟିକାଦାନ କରାଯାଇଛି।

୨ କୋଟି ୯୨ ଲକ୍ଷ ୪୨ ହଜାର୨୦୭ ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୨ କୋଟି ୮ ଲକ୍ଷ ୧୪ ହଜାର ୧୦୪ ଜଣଙ୍କୁ ୨ୟ ପାନ ଟିକା ଦିଆଯାଇଛି । ଏହି ସଫଳତା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ କୋଭିଡ ଯୋଦ୍ଧା, ସ୍ବାସ୍ଥ୍ୟ ସେବା କର୍ମଚାରୀ ଓ ଆଗଧାଡିର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Comments are closed.