ଲକ ଡାଉନ ପରେ ରାଜ୍ୟ ସରକାରଙ୍କ ଘୋଷଣା : ଘରେ ପହଁଞ୍ଚିବ ଭତ୍ତା ଓ ରାସନ

ଭୁବନେଶ୍ବର : କରୋନା ପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ ଡାଉନ ଘୋଷଣା କରିଛନ୍ତି। ଲକ ଡାଉନ ସମୟରେ ହିତାଧିକାରୀଙ୍କୁ ଭତ୍ତା, ରାସନ, ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ଘରେ ନିରାପତ୍ତା ଭତ୍ତା ପହଞ୍ଚାଇବାକୁ ସରକାର ମିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ହିତାଧିକାରୀଙ୍କ ଘରେ ପିଡିଏସ ସାମାଗ୍ରୀ ମଧ୍ୟ ଯୋଗାଇ ଦିଆଯିବ ।  ଏ ନେଇ ସମସ୍ତ ଜିଲାପାଳ ପୌର କମିଶନର, ପ୍ରଶାସନକୁ ନିର୍ଦ୍ଦେଶ ଜାରି କରାଯାଇଛି। ସାମାଜିକ ଦୂରତ୍ବ ନିର୍ଦ୍ଦେଶନାମା ମାନି ଭତ୍ତା ଓ ସାମଗ୍ରୀ ଯୋଗାଣ କରାଯିବ।

Comments are closed.