ରାଜ୍ୟରେ ଆଉ ୭ହଜାର ୨୯୧କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ହଜାର ୨୯୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪,୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩,୦୬୫ ଜଣ ଚିହ୍ନଟ ହୋଇଛନ୍ତି । ଜନ୍ମରୁ ୧୮ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛନ୍ତି ୯୫୪ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୧,୭୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୮୩, ବାଲେଶ୍ୱର ୩୪୩, ବରଗଡ ୧୩୦, ଭଦ୍ରକ ୯୭, ବଲାଙ୍ଗିର ୨୧୮, ବୌଦ୍ଧ ୫୫, କଟକ ୫୬୧, ଦେବଗଡ ୬୨, ଢେଙ୍କାନାଳ ୯୬, ଗଜପତିରୁ ୯୫ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୫୦, ଜଗତସିଂହପୁର ୧୨୧, ଯାଜପୁର ୨୦୩, ଝାରସୁଗୁଡା ୮୩, କଳାହାଣ୍ଡି ୧୭୩, କନ୍ଧମାଳ ୯୮, କେନ୍ଦ୍ରାପଡା ୧୦୯, କେନ୍ଦୁଝରରେ ୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ କୋରାପୁଟ ୧୧୧, ମାଲକାନଗିରି ୫୭, ମୟୁରଭଞ୍ଜ ୨୨୯, ନବରଙ୍ଗପୁର ୧୪୮, ନୟାଗଡ ୧୯୨, ନୂଆପଡା ୧୬୦, ପୁରୀ ୧୧୬, ରାୟଗଡା ୨୯୫, ସମ୍ବଲପୁର ୧୭୬, ସୋନପୁର ୨୮୨, ସୁନ୍ଦରଗଡ ୬୪୬ ଷ୍ଟେଟପୁଲରୁ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୦,୮୪୧ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୧ଲକ୍ଷ ୨୧ହଜାର ୬୦୮ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧୧ହଜାର ୯୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୧ହଜାର ୭୬୫ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.