ଏଣିକି ମାଇକ୍ରୋସଫ୍ଟରେ ହେବ ଓଡ଼ିଆ ଭାଷାର ଅନୁବାଦ

ଭୁବନେଶ୍ୱର: ରାଜ୍ୟବାସୀ ତଥା ଭାଷାବିତଙ୍କ ପାଇଁ ଖୁସି ଖବର। ଓଡ଼ିଆ ଭାଷାରେ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏବେ ଆଉ ଏକ ଫର୍ଦ ଯୋଡ଼ିହୋଇଛି। ଏଣିକି ମାଇକ୍ରୋସଫ୍ଟରେ ହେବ ଓଡ଼ିଆ ଭାଷାର ଅନୁବାଦ। ଏନେଇ ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଇଂରାଜୀ ସମେତ ୧୨ଟି ଆଞ୍ଚଳିକ ଭାଷା ଏଥିରେ ସାମିଲ ହୋଇଥିଲା।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଖୁବ୍‌ଶୀଘ୍ର ଓଡ଼ିଆ ଭାଷା ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇବ। ଏହାଦ୍ୱାରା ହାତପାହାନ୍ତାରେ ସମସ୍ତ ସୁବିଧା ସୁଯୋଗ ମିଳିବ। ସ୍ୱଳ୍ପ ସମୟରେ ଅନ୍ୟଭାଷାରୁ ଆମ ଭାଷାକୁ ଅନୁବାଦ ହୋଇପାରିବ। ପୂର୍ବରୁ ୟୁନିକୋଡ ରହିଥିଲା। ଓଡ଼ିଆରେ ଅନେକ ସମୟରେ ଯୁକ୍ତାକ୍ଷର ଭିନ୍ନ ଆସୁଥିଲା।
ଏନେଇ ଭାଷା ଗବେଷକ ଡ. ବସନ୍ତ ପଣ୍ଡା କହିଛନ୍ତି ଅନ୍ୟ ଭାଷା ମାଇକ୍ରୋସଫ୍ଟରେ ସ୍ଥାନ ପାଇଥିବାବେଳେ ଏବେ ଓଡ଼ିଆ ଭାଷା ସ୍ଥାନ ପାଇବା ଅତ୍ୟନ୍ତ ଶୁଭ ଖବର। ଏହାଯୋଗୁଁ ଆଧୁନିକ ଭିନ୍ନ ଭିନ୍ନ ଭାଷା ଅନୁବାଦ ସହଜ ହେବ।

Comments are closed.