ନାସା ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଙ୍କ କମାଲ୍‌

ଗୁଣୁପୁର: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କରାଯାଇଥିବା ଏକ କୁଇଜ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ଗୁଣୁପୁର ଉଠା ଜଳସେଚନ କଲୋନୀର ଯୁକ୍ତ ଦୁଇ ଛାତ୍ର ଜୟରାମ ଗୌଡ଼ ସଫଳତା ହାସଲ କରିଛନ୍ତି। ଅନଲାଇନରେ କରାଯାଇଥିବା ଏହି ପ୍ରତିଯୋଗିତାରେ ମୋଟ ୩୦୦ ମାର୍କର ପରୀକ୍ଷା ହୋଇଥିବା ବେଳେ ଜୟରାମ ଏଥିରୁ ୨୯୫ ମାର୍କ ରଖିଥିବା ଜଣାପଡିଛି। ଜୟରାମ ଛୋଟ ବେଳୁ ଜଣେ ମେଧାବୀ ଛାତ୍ର ଭାବେ ଏହି ଅଞ୍ଚଳରେ ବେଶ ପରିଚିତ। ତାଙ୍କ ବାପା ହରେକୃଷ୍ଣ ଗୌଡ଼ ଜଣେ ଶିକ୍ଷକ। ଜୟରାମଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.