ନିଖୋଜ ଥିବା ବାୟୁସେନା ବିମାନରେ ରହିଛନ୍ତି ଓଡିଆ ବାୟୁସେନା ଅଧିକାରୀ ସୁନୀତ ମହାନ୍ତି

ନୂଆଦିଲ୍ଲୀ . – ବାୟୁସେନାର ନିଖୋଜ ହୋଇଯାଇଥିବା ବିମାନ ଏଏନ୍‌-୩୨ରେ ଜଣେ ଓଡିଆ ଅଧିକାରୀ ରହିଛନ୍ତି । ଏହି ବିମାନରେ ମୋଟ ୧୩ ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀ ରହିଥିଲେ । ଏଥିରେ ଥିବା ଓଡିଆ ଅଧିକାରୀଙ୍କର ନାମ ସୁନୀତ ମହାନ୍ତି । ଫ୍ଲାଇଟ୍‌ ଲେଫନାଣ୍ଟ ସୁନୀତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବାଲିଆପଲ୍ଲୀ ଅଞ୍ଚଳରେ ।

ବାୟୁସେନାର ଏହି ପରିବହନ ବିମାନ ଉଡାଣ ଭରିବାର ୩୩ ମିନିଟ ପରେ ରାଡର ବାହାରକୁ ଚାଲିଯାଇଥିଲା । ପରେ ଏହା ନିଖୋଜ ହୋଇଯାଇଥିଲା । ଚୀନ୍‌ ସୀମା ନିକଟରେ ଅରୁଣାଚଳପ୍ରଦେଶର ଜୋହରାହଟ ନିକଟରେ ଏହି ବିମାନଟି ନିଖୋଜ ହୋଇଯାଇଛି । ବାୟୁସେନା ସହ ଇସ୍ରୋର ସାଟେଲାଇଟ୍‌ ଏବେ ଏହି ନିଖୋଜ ବିମାନକୁ ଖୋଜୁଛନ୍ତି ।

Comments are closed.