ରୁକୁଣା ରଥ କାଠ ସ’ ମିଲ୍‌ରେ ପହଞ୍ଚିଲା

ପାଲିଙ୍କି ଓ ବିମାନ ପାଇଁ ଆସିଲା ଶାଗୁଆନ କାଠ

 

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ପ୍ରଥମ କାଠ ଟ୍ରିପ ସଂଗ୍ରହ କରାଯିବା ପରେ ସେସବୁ ଶନିବାର କଟକ ଖପୁରିଆସ୍ଥିତ ସ’ ମିଲରେ ପହଞ୍ଚିଛି। ଏହାସହ ଶ୍ରୀଜୀଉଙ୍କ ବିମାନ ଓ ପାଲିଙ୍କି ତିଆରି ପାଇଁ ଶାଗୁଆନ କାଠ ମଧ୍ୟ ସଂଗୃହିତ ହୋଇଥିବା ଜଣାପଡିଛି ା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ପ୍ର‌େ‌ତ୍ୟକ୍ଷ ତତ୍ତ୍ବାବଧାନରେ ମନ୍ଦିର କର୍ମଚାରୀ ହେମନ୍ତ କୁମାର ମହାପାତ୍ର କାଠ ଟ୍ରିପକୁ ସ’ମିଲରେ ପହଞ୍ଚାଇଛନ୍ତି।
ନୟାଗଡ ଡିଏଫଓ ଓ ଖଣ୍ଡପଡା ରେଞ୍ଜରଙ୍କ ସହଯୋଗରେ ଏହି କାଠ ଚିହ୍ନଟ କରାଯାଇଥିଲା। ଋକୁଣା ରଥଯାତ୍ରା ପାଇଁ ପାରମ୍ପରୀକରୀତି ମତେ ଆସନ୍ତା ଶ୍ରୀପଞ୍ଚମୀ ତିଥିରେ ପୂଜାଚ୍ଚନା କରାଯାଇ କାଠ ଅନୁକୂଳ ନୀତି ସମ୍ପନ୍ନ ହେବ ା ଶ୍ରୀଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ ମସିହାରୁ ଶାଗୁଆନ କାଠ ଯୋଗାଇ ଦେବାକୁ ମନ୍ଦିର ପ୍ରଶାସନକୁ ଅନୁମତି ମିଳିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ତରଫରୁ ଏହି କାଠ ସଂଗ୍ରହ କରିବା ଲାଗି କୌଣସି ତତ୍ପରତା ଦେଖା ଦେଇନଥିଲା। ଚଳିତବର୍ଷ ରଥ କାଠ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଅଁଙ୍କ ପାଲିଙ୍କି ଓ ବିମାନ ପାଇଁ ଶାଗୁଆନ କାଠ ଯୋଗାଇ ଦେବାକୁ ନୟାଗଡ ଡିଏଫଓଙ୍କୁ ଅନୁରୋଧ କରିଥିଲେ। ଅଭିିଜ୍ଞ କାରିଗରଙ୍କ ଦ୍ବାରା ଶ୍ରୀଜୀଉଙ୍କର ପାଲିଙ୍କି ଓ ବିମାନ ତିଆରି କରାଯିବ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ା ଏଥିଲାଗି ପୁରୀରୁ କାରିଗର ଆଣିବା ଲାଗି ମନ୍ଦିର ପ୍ରଶାସନ ଉଦ୍ୟମ କରୁଥିବା ଜଣାପଡିଛି ା

Comments are closed.