ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର ‘ଏଡିୟୁ ଗୋଡାର୍ଡ’

ଭୁବନେଶ୍ୱର : ଓଡ଼ିଆ ଚିତ୍ର ଜଗତ ପାଇଁ ଖୁସି ଖବର। ଆସନ୍ତା ୨୨ରୁ ୨୯ ତାରିଖ ମଧ୍ୟରେ ୪୩ତମ ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଓଡ଼ିଆ ଚିତ୍ର ‘ଏଡିୟୁ ଗୋଡାର୍ଡ’ ସ୍ଥାନ ପାଇଛି। ମହୋତ୍ସବରେ ଚିତ୍ର ପ୍ରଦର୍ଶନ ନେଇ ପୂରା ଦଳ ଖୁସି ପ୍ରକାଶ କରିଛି।
ଚିତ୍ରଟି ଫରାସୀ ଚିତ୍ର ନିର୍ମାତା ଗୋଡାର୍ଡଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଯିଏକି ୧୯୫୦-୬୦ର ଚିତ୍ର ନିର୍ମାତା। ଚିତ୍ରରେ କିଛି ନୂଆ କରିବା ପାଇଁ ଦଳ ପ୍ରଚେଷ୍ଟା କରି ଏଥିରେ ସଫଳ ହୋଇଛି। କିଛି ଅଭିଜ୍ଞ କଳାକାରଙ୍କ ସହିତ ନବାଗତ ମଧ୍ୟ ନିଜର କଳାଚାତୁରୀ ପ୍ରଦର୍ଶନ କରିଛନ୍ତି। ଚିତ୍ରଟି ସ୍ବସ୍ତିକ ବ୍ୟାନରରେ ନିର୍ମାଣ କରାଯାଇଥିବାବେଳେ ନିର୍ଦେଶନା ଦେଇଛନ୍ତି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏବଂ ପ୍ରଯୋଜନା ଭାର ନେଇଛନ୍ତି ସ୍ବସ୍ତିକ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ ଦାସ, ସ୍ବସ୍ତିକ ଚୌଧୁରୀ, ଶଙ୍କର ବସୁମଲ୍ଲିକ, ସୁଦର୍ଶୀ ମଧୁସ୍ମିତା, ଅଭି‌େ‌ଷକ ଗିରି, ଶ୍ବେତପଦ୍ମା ଶତପଥୀ, ସନ୍ଦୀପ ବଳ, ସୁମିତ ପଣ୍ଡା ଏବଂ ଅନ୍ୟମାନେ। ଚିତ୍ରଟି ଏକ ଛୋଟିଆ ଗାଁର କାହାଣୀକୁ ନେଇ ସମୃଦ୍ଧ। ଗାଁ ଲୋ‌େ‌କ ଫରାସି ଚିତ୍ରକୁ କେମିତି ଗ୍ରହଣ କରୁଛନ୍ତି ତାହାକୁ ନେଇ ଗତିଶୀଳ ହୋଇଛି ଏହାର କାହାଣୀ।

Comments are closed.