ସର୍ବଭାରତୀୟ ସ୍ତରରେ ଓଡ଼ିଆ ଡାକ୍ତର ସମ୍ମାନିତ

କଟକ : ଚଣ୍ଡୀଗଡରେ ଚାଲିଥିବା ୩ଦିନିଆ ଜାତୀୟ ବୃକକ ରୋଗ ବିଶେଷଜ୍ଞ ଆସୋସିଏସନ ସମ୍ମିଳନୀରେ କଟକ ବଡ଼ ଡାକ୍ତରଖାନାର ବୃକକ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଚିତ୍ତରଞ୍ଜନ କର ସମ୍ମାନିତ ହୋଇଛନ୍ତି। ଆସୋସିଏସନର ଏହା ସୁବର୍ଣ୍ଣଜୟନ୍ତୀ ଉତ୍ସବ।
ଏହି ସମ୍ମିଳନୀରେ ବିଶ୍ୱର ଶ୍ରେଷ୍ଠ ୯ଜଣ ବୃକକ ରୋଗ ବିଶେଷଜ୍ଞଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିପାଇଁ ଗଠିତ କମିଟି ଓଡ଼ିଶାରୁ ଡା. କରଙ୍କୁ ମନୋନୀତ କରିଥିଲେ। ଆମେରିକାନ ସୋସାଇଟି ଅଫ ନେଫ୍ରୋଲୋଜି ପକ୍ଷରୁ ଡା. କର ଏକମାତ୍ର ଓଡ଼ିଆ ଡାକ୍ତରଭାବେ ଫେଲୋସିପ ପାଇଛନ୍ତି। ବର୍ତ୍ତମାନ ସେ ଏସସିବି ନେଫ୍ରୋଲୋଜି ବିଭାଗର ବିଭାଗୀୟମୁଖ୍ୟ ସହିତ ସୋଟୋ( ଷ୍ଟେଟ ଅର୍ଗାନ ଟିସୁ ଟ୍ରାନସପ୍ଲାଣ୍ଟ)ର ନୋଡାଏ ଅଫିସରଭାବେ କାର୍ଯ୍ୟ କରୁଛନ୍ତି।

Comments are closed.