ମନମୋହୁଛି ନୂଆ ଆଲବମ୍ ‘ରସିଆ ଟୋକା’

ଭୁବନେଶ୍ବର : ରାଜ୍ୟରେ ପୁଣି ଆଲବମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ  ଏନଜିଆର ମିକ୍ସ ପ୍ରଡକ୍ସନରେ ଶୁକ୍ରବାର ରସିଆ ଟୋକା ମୁକ୍ତିଲାଭ କରିଛି। ଏହି ଗୀତରେ ସମ୍ବଲପୁରୀ ଭାଷାର ମିଶ୍ରଣ ଶୁଣିବାକୁ ମିଳିଛି। ଏହି ରସିଆ ଟୋକା ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ନୃତ୍ୟ ଦେଖିବାକୁ ମିଳିଛି। ଫଳରେ ଏହା ଯୁବବର୍ଗର ମନ ଜିଣିବାରେ ସଫଳ ହୋଇଛି।

ଏକ ଡ୍ରିମ୍ ସିକ୍ୟୁଏନ୍ସକୁ ନେଇ ଗୀତଟି ପ୍ରସ୍ତୁତ ହୋଇଛି। ସୁରମୟୀଙ୍କ ତାଙ୍କ ସାଥୀଙ୍କ ସହ ଯିବ ବାଟରେ ଗାଡିଟି ଖରାପ ହୋଇଯାଇଛି। ଏହି ସମୟରେ ରାଜେଶ ବାଇକରେ ଆସି ପହଞ୍ଚିଛନ୍ତି । ରାଜେଶ, ସୁରମୟୀଙ୍କ ଗାଡିଟିକୁ ସଜାଡିବା ବେଳେ ସ୍ବପ୍ନ ବିଭୋର ହୋଇ ଯାଇଛନ୍ତି ଓ ଗୀତ ଆରମ୍ଭ ହୋଇଛି।

ଏହି ରସିଆ ଟୋକା ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ମଣ୍ଟୁ ଛୁରିଆ ଓ ଅଶୀମା ପଣ୍ଡା ଗୀତ ଗାଇଛନ୍ତି। ଏହି ସଙ୍ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ଅଭିନୟ ସାଙ୍ଗକୁ ଜବରଦସ୍ତ ନୃତ୍ୟ ଦେଖିବାକୁ ମିଳୁଛି। ଏହି ଗୀତଟିର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଗିରିଶ ମହାନ୍ତି।

 

Comments are closed.