ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ବର : ଅଭିନେତ୍ରୀ ଦୀପା ସାହୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତା ତଥା ବିଜେପି ନେତା ଅଖିଲ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ସମେତ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି।

ଓଡ଼ିଆ ‌ଆଲ୍‌ବମ୍‌ ଇଣ୍ଡଷ୍ଟ୍ରିର ବେଶ୍‌ ପରିଚିତ ଚେହେରା ହେଉଛନ୍ତି ଦୀପା। ସେ ଏକାଧିକ ‌ଆଲ୍‌ବମ୍‌ରେ ଅଭିନୟ କରି ଓଡିଆ  ଆଲ୍‌ବମ୍‌ କୁଇନ୍‌ ଭାବେ ମଧ୍ୟ ବେଶ୍‌ ଜଣାଶୁଣା ଥିଲେ। ଏହାସହ କିଛି ଓଡ଼ିଆ ଫିଲ୍ମ, ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି ଦୀପା।

Comments are closed.