ସିଡିଏସ ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ରାତି ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପାଲାମ ବିମାନ ବନ୍ଦରରେ ତାମିଲନାଡୁର କୁନୁରରେ ଏକ ହେଲିକପ୍ଟଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୧ ଜଣ ସଶସ୍ତ୍ର ବାହିନୀ କର୍ମଚାରୀଙ୍କ ସମେତ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀରରେ ପୁଷ୍ପ ଅର୍ପଣ କରି ଦେଶ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଥମେ ଜେନେରାଲ ବିପିନ ରାୱତ, ପରେ ତାଙ୍କ ପତ୍ନୀ ମଧୁଲିକା ଏବଂ ଏହାପରେ ଅନ୍ୟ ୧୨ ଜଣଙ୍କ ତ୍ରିରଙ୍ଗାରେ ଗୁଡ଼ା ହୋଇ ରହିଥିବା ବୀର ଯୋଦ୍ଧାଙ୍କ ପାର୍ଥିବ ଶରୀର ଉପରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆଜି ସିଡିଏସ ରାୱତଙ୍କ ମରଶରୀରକୁ ଶେଷ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାମିଲନାଡୁ କୁନ୍ନୁର ହେଲିକପ୍ଟର ସେନାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କ ପାର୍ଥିବ ଶରୀର ଦିଲ୍ଲୀର ପାଲମ ଏୟାରପୋର୍ଟକୁ ଅଣାଯାଇଛି। ସିଡିଏସ ବିପିନ ରାୱତଙ୍କ ସମେତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମରଶରୀର ନୂଆଦିଲ୍ଲୀ ପାଲାମ ବିମାନ ବନ୍ଦରକୁ ଆସିଛି।ବିମାନରୁ ପ୍ରଥମେ ଜେନେରାଲ ରାୱତଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇ ବାହାରକୁ ଅଣାଯାଇଥିଲା। ଜେନେରାଲ ରାୱତଙ୍କ ଶେଷକୃତ୍ୟ ଶୁକ୍ରବାର ଦିଲ୍ଲୀରେ ସମ୍ପନ୍ନ ହେବ। ସାଧାରଣ ଜନତା ଆସନ୍ତାକାଲି ସକାଳ ୧୧ଟାରୁ ୧୨:୩୦ ପର୍ଯ୍ୟନ୍ତ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ସାମରିକ କର୍ମଚାରୀମାନେ ଦିବା ୧୨:୩୦ରୁ ୧:୩୦ ମଧ୍ୟରେ ସମ୍ମାନ ଦେଇପାରିବେ। ଏହା ପରେ ଜେନେରାଲ ରାୱତଙ୍କ ମୃତଦେହକୁ ସତ୍କାର ପାଇଁ ଦିଲ୍ଲୀ କ୍ୟାଣ୍ଟ ବ୍ରାର ସ୍କୋୟାରକୁ ନିଆଯିବ।

Comments are closed.