କାଲିଠୁ ଭୁବନେଶ୍ଵରରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଭଳି ଓଡ଼ିଶା ସରକାର ଅଡ୍‌-ଇଭିନ(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ କରିବାକୁ ଯାଉଛନ୍ତି। ଆସନ୍ତା କାଲି ଅର୍ଥାତ ଶନିବାରଠାରୁ ଏହି ବ୍ୟବସ୍ଥା ଭୁବନେଶ୍ଵରରେ ଲାଗୁ ହେବ। ତେବେ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଏହି ନିୟମ ଲାଗୁ ହେଉଥିବାବେଳେ ଭୁବନେଶ୍ଵରରେ ଏହା କରୋନା ଭୂତାଣୁର ମୁକାବିଲା ସକାଶେ କାର୍ଯ୍ୟକାରୀ ହେବ। ମାତ୍ର ଘରୋଇ ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। କେବଳ ସରକାରୀ ଯାନ ଏଥିରେ ସାମିଲ ହେବେ। ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ ଏଥିରୁ ବାଦ୍‌ ପଡ଼ିବେ। ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଥିବା ସରକାରୀ ଯାନବାହନ ଚଳାଚଳ କରିବ। ସେହିପରି ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚାଲିବ। ଅର୍ଥାତ୍‌ ଆସନ୍ତା କାଲି ୨୧ ତାରିଖ ଥିବାରୁ ଏହି ଦିନ କେବଳ ଅଯୁଗ୍ମ ନମ୍ବର ଥିବା ସରକାରୀ ଯାନ ଚାଲିବ। ୨୨ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଚଳାଚଳ କରିବ ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comments are closed.