ନଭେମ୍ବର ୪ରୁ ଦିଲ୍ଲୀରେ ଅଡ୍‍-ଇଭିନ୍‍ : କେଜରିୱାଲ୍‍

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀରେ ନଭେମ୍ବର ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅଡ୍‍- ଇଭିନ୍‍ ବା (ଯୁଗ୍ମ-ଅଯୁଗ୍ମ) ଯୋଜନା କାର୍ଯ୍ୟକାରୀ ହେବ। ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ପୁନର୍ବାର ଲାଗୁ
କରାଯାଉଛି।

ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ କହିଛନ୍ତି, ଏହି କଟକଣା ଦୁଇ ଚକିଆ ଯାନ, ଆମ୍ବୁଲାନ୍ସ ଓ ରୋଗୀମାନଙ୍କୁ ନେଉଥିବା ଯାନ, ମହିଳାମାନେ ଚଳାଉଥିବା ଯାନ ଓ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଯାନଗୁଡ଼ିକ ପାଇଁ ଲାଗୁ ହେବ ନାହିଁ । ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଅଡ୍‍ ଇଭିନ୍‍ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି
କହିଛନ୍ତି । ରବିବାର ଦିନ ଏହି ଯୋଜନା ଲାଗୁ ହେବ ନାହିଁ। ଯେଉଁମାନେ ଅଡ୍‍-ଇଭିନ୍‍ ଯୋଜନାକୁ ଲଙ୍ଘନ କରିବେ ସେମାନଙ୍କୁ ୪ହଜାର ଟଙ୍କା ଜୋରିମାନା କରାଯିବ ବୋଲି ସେ କହିଛନ୍ତି।

Comments are closed.