ଶାଗୁଆନ୍‌ କାଠ ଚିରାଳିଙ୍କୁ ଧରିଲା ବନ ବିଭାଗ ମୋବାଇଲ୍‌ ଟିମ୍, ପଠାଇଲେ ଜେଲ୍‌

ଓଡ଼ଗାଁ: ନୟାଗଡ ବନଖଣ୍ଡ ପଞ୍ଚିରିଡ଼ା ବନାଞ୍ଚଳ ଅଧୀନସ୍ଥ ଓସ୍ତିଆ ଗ୍ରାମରେ ଗତକାଲି ଶାଗୁଆନ୍ କାଠ କଟାଳିଙ୍କୁ ଲଗାଇ କାଠ କାଟୁଥିବା ଖବର ଜଣାପଡିଥିଲା। ଖବରପାଇ ନୟାଗଡ ବନଖଣ୍ଡ ଅଧିକାରୀ ଏଚ୍.ଡି. ହନୁମନ୍ତେଙ୍କ ନିର୍ଦେଶକ୍ରମେ ନୟାଗଡ ମୋବାଇଲ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ କାଠ ଚିରାଳି ବିଦେଶୀ ଯାନୀ ଏବଂ ଚନ୍ଦ୍ରମଣୀ ଦଳବେହେରାଙ୍କୁ ଅଟକ ରଖିବା ସହିତ ସାତଖଣ୍ଡ ଶାଗୁଆନ୍ କାଠ ଜବତ କରିଥିଲେ।  ଗତକାଲି ରାତିରେ ଅଟକ ରଖିଥିବା ଦୁଇଜଣ କାଠ ଚିରାଳିଙ୍କୁ ଧରି ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ଆଣି ଅଟକ ରଖିଥିଲେ। ଦୁଇଜଣ କାଠ ଚିରାଳି ଅଶିକ୍ଷିତ ହୋଇଥିବାରୁ ଘଟଣା ସଂପର୍କରେ କିଛି ବୁଝି ପାରିନଥିଲେ।

ପଞ୍ଚିରିଡ଼ା ଫରେଷ୍ଟର ଚନ୍ଦ୍ରମଣୀ ଡ଼ାକୁଆ ଏବଂ ଫରେଷ୍ଟଗାର୍ଡ଼ ଅକ୍ଷୟ କୁମାର ମଲ୍ଲିକ ସେମାନଙ୍କୁ କାଠ କାଟିବାକୁ କହି କାର୍ଯ୍ୟରେ ଲଗାଇଥିଲେ। ଏପଟେ ନୟାଗଡ଼ ଟିମ୍ ଆସି ଆମକୁ ଧରି ନେଇଥିଲେ।  ଘଟଣା କାଳେ ପଦାକୁ ଆସିବ ସେହି ଭୟରେ ଓଡ଼ଗାଁରୁ ଅଟକ ରଖିଥିବା ଦୁଇଜଣ କାଠ କଟାଳିଙ୍କୁ ପଞ୍ଚିରିଡ଼ା ବନାଞ୍ଚଳ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ପଞ୍ଚିରିଡ଼ା କାର୍ଯ୍ୟାଳୟରେ କାଠ ଚିରାଳିଙ୍କୁ ରଖିଥିବା ବେଳେ ଓଡ଼ଗାଁରେ ଜବତ କାଠ ଥିବା ଜଣାପଡିଛି। ଏହି ଘଟଣାରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ନିଜ ଉପରୁ ଦୋଷ ଛଡେଇବାକୁ ଯାଇ ଏହା ପଞ୍ଚିରିଡ଼ା ଅଧୀନରେ ଯାଉଥିବାରୁ ଆମେ ଦୁଇଜଣଙ୍କୁ ପଠାଇ ଦେଇଥିବା କହିଥିଲେ। ଏହି ଘଟଣାରେ କୌଣସି ପ୍ରକାର ମତାମତ ଦେବାକୁ ସେ ମନା କରିଥିଲେ। ପଞ୍ଚିରିଡ଼ା ବନାଞ୍ଚଳ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ ଦୁଇଜଣ କାଠ ଚିରାଳିଙ୍କୁ ମୋବାଇଲ୍ ଟିମ୍ କାବୁ କରିଥିବା ଘଟଣାକୁ ସ୍ୱୀକାର କରିଥିଲେ। ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତି ଅଛନ୍ତି ସେହି ଘଟଣାକୁ ପ୍ରତ୍ୟାଖାନ କରିଥିଲେ। କିନ୍ତୁ କାଠ ଚିରାଳି ଦୁଇଜଣ ଫରେଷ୍ଟ ଶ୍ରୀ ଡ଼ାକୁଆ ଏବଂ ଗାର୍ଡ଼ ଶ୍ରୀ ମଲ୍ଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ କରିଛନ୍ତି।

 

ବନ ବିଭାଗ ଦ୍ବାରା ଅଟକ ରହିଥିବା ଦୁଇଜଣ କାଠ ଚିରାଳି କହିଛନ୍ତି ଆମକୁ କାଠ ଚିରିବାକୁ କହିବା ପରେ ଆମେ ଯାଇ କାଠ ଚିରିଥିଲୁ କିନ୍ତୁ ଆମକୁ ଧରି ଆଣିଛନ୍ତି। ଆମକୁ ରକ୍ଷା କରନ୍ତୁ ସାର୍। ଦୁଇଜଣ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ଦୁଇଜଣ ବାରମ୍ବାର ସତକଥା ଓଗାଳିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ କୋର୍ଟ ଚାଲାଣ କରି ଦିଆଯାଇଥିଲା। ଜବତ କାଠର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା। ଘଟଣା କାଳେ ଧରାପଡିବ କାଳେ ବନ ବିଭାଗ ବଦନାମ୍ ହେବ ସେହି ଭୟରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ଏବେ ତଦନ୍ତ ସାପେକ୍ଷ ହୋଇ ପଡିଛି। ଘଟଣାକୁ ଘଣ୍ଡ ଘୋଡ଼ାଇବାକୁ ଯାଇ ଘଟଣାରେ କିଏ କିଏ ସାମିଲ୍ ଅଛନ୍ତି ନ ଜାଣି କାହିଁକି ନିର୍ଦୋଷୀକୁ ଫସାଗଲା ବୋଲି ପ୍ରଶ୍ନ ଉଠିଛି। ନୟାଗଡ ଜିଲାର ଓଡଗାଁ ଏବଂ ପଚରିଡା ବନାଚଂଳର ସିମାନ୍ତ ହୋଇଥିବାରୁ ଉଭୟେ ନିଜକୁ ନିର୍ଦୋଶ ବୋଲି କହୁଛନ୍ତି। ଏଠି ପ୍ରଶ୍ନ ଉଠୁଛି ବନ କର୍ମଚାରୀ ସବୁ ଜାଣିଥିଲେ ବି କାହିଁକି ଧରୁ ନ ଥିଲେ। ଯାହାକି ମୋବାଇଲ ସ୍କ୍ାର୍ଡ ଆସିବା ପର୍ଯ୍ୟନ୍ତ କଥା ଯାଇଥିଲା। ଶାଗୁଆନ ଗଣ୍ଡି କାଟିବା ପଛରେ ଦୁଇଜଣ ବନ ଅଧିକାରୀଙ୍କ ସମ୍ପୃକ୍ତ ଥିବା ଜନ ସାଧାରଣରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏଣୁ ଉପଯୁକ୍ତ ତଦନ୍ତ କରାଯାଇ ଯେଉଁ ଅଧିକାରୀ ମାନେ ଏ ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନ ସାଧାରଣରେ ଦାବି ହୋଇଛି।

Comments are closed.