ଅକ୍ଟୋବର ୨ରୁ ଅନ୍ନାଙ୍କ ଅନଶନ

0

ରାଲେଗାଓଁ ସିଦ୍ଧି : ଲୋକପାଳ ନିଯୁକ୍ତି ବିଳମ୍ବକୁ ନେଇ ସମାଜସେବୀ ଅନ୍ନା ହଜାରେ ଅକ୍ଟୋବର ୨ରୁ ଅନଶନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଦେଶକୁ ଦୁର୍ନୀତି ମୁକ୍ତ କରିବାକୁ ଏହି ଅନଶନରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ସେ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ଅନ୍ନା କହିଛନ୍ତି ଯେ ଏନଡିଏ ସରକାର ଲୋକପାଳ ନିଯୁକ୍ତି ଓ ଲୋକପାଳ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିଚାଲିଛନ୍ତିି। ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏହି ବିଳମ୍ବ ହେଉଛି। ୨୦୧୧ରେ ଅନ୍ନା ପ୍ରଥମେ ଲୋକପାଳ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନରେ ଅନ୍ନା ୧୨ଦିନ ଅନଶନରେ ବସିଥିଲେ। ୨୦୧୪ରେ ଲୋକପାଳ ବିଧେୟକକୁ ରାଷ୍ଟ୍ରପତି ଅନୁମୋଦନ କରିଥିଲେ।

Leave A Reply