ଜୁଲାଇ ୫ରୁ ଓସିଏସ୍ ମେନ୍‌

କଟକ(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସେସ୍ ମୁଖ୍ୟ ପରୀକ୍ଷା-୨୦୧୮ ଆସନ୍ତା ଜୁଲାଇ ୫ରୁ ୨୯ତାରିଖ ପର୍ଯ୍ୟନ୍ତ ହେବ। ଏଥିପାଇଁ ଓଡ଼ିଶା ଲୋକ ସେବା ଆୟୋଗଙ୍କ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ସମୁଦାୟ ୨୧୮ ପଦବୀ ପୂରଣ ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରେ ଓଏଏସ ପାଇଁ ୬୦ ପଦବି ରହିଥିବାବେଳେ ଓପିଏସ ପାଇଁ ୧୫, ଓଏଫଏସ ପାଇଁ ୨୧, ଓସିଏସ ପାଇଁ ୬, ଓଆରଏସ୍ ପାଇଁ ୬୧, ଓଟି ଆଣ୍ଡ ଏଏସ ପାଇଁ ୩୯, ଓଇଏସ ପାଇଁ ୧୬ ପଦବି ରହିଛି। ତେବେ ୨୧୮ ପଦବି ମଧ୍ୟରୁ ଅଂସରକ୍ଷିତ ୧୧୪ ପଦ ଥିବାବେଳେ ୨୦ ଏସଇବିସି, ୩୫ ଏସସି, ୪୯ ଏସଟି ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ୧୦ ପଦବି ସଂରକ୍ଷିତ ରହିଛି।

Comments are closed.