ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ: ସ୍ବର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଆଜି ସନ୍ଧ୍ୟାରେ ସତ୍ୟବାଦୀ ପ୍ରେସ କ୍ଳବ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ତଳେ ମହମବତୀ ଜାଳି ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରେସ କ୍ଲବର ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅଶୋକ ବେହେରା, ନିଶିକାନ୍ତ ପ୍ରଧାନ, ଚିତ୍ତରଞ୍ଜନ ମଲିକ, ମନୋରଞ୍ଜନ ମିଶ୍ର, ଆଲୋକ କୁମାର ଖୁଣ୍ଟିଆ, ଉପେନ୍ଦ୍ର ବିଶ୍ୱାଳ, ପ୍ରଭାତ କୁମାର ମିଶ୍ର, ରାଜ କିଶୋର ସେନାପତି, ହେମନ୍ତ ସେଠୀ, ଟୁକୁନା ବେହେରା, ବୀଣା ମହାନ୍ତି, ପ୍ରଶାନ୍ତ କୁମାର ବାରିକ ଓ ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।

Comments are closed.